ସାମ୍ବାଦିକ ହେଉଛି ଗଣତାନ୍ତ୍ରର ଚତୁର୍ଥ ସ୍ତମ୍ଭ ।ଜନତାଙ୍କ ସମସ୍ୟା କୁ ସରକାରଙ୍କ ନଜର କୁ ଆଣିବା ତାହାର କାର୍ଯ୍ୟ।କିନ୍ତୁ କିଛି ଅସାଧୁ ବ୍ୟକ୍ତି ଏହାକୁ ଅର୍ଥ ରୋଜଗାର ର ପନ୍ଥା ରୂପେ ବାଛି ନେଇଛନ୍ତି। ଗାଡ଼ିରେ ବଡ଼ ବଡ଼ ଅକ୍ଷର ରେ ପ୍ରେସ ଲେଖି ନିଜକୁ ବଡ଼ ସାମ୍ବାଦିକ ବୋଲି ସମସ୍ତ ଅଫିସ କୁ ଯାଇ ଚାନ୍ଦା ମଗୁଥିବା ଶୁଣିବାକୁ ମିଳୁଛି।କଳାହାଣ୍ଡି ଜିଲ୍ଲାରେ ଦିନକୁ ମାଲମାଲ ସାମ୍ବାଦିକ ପାଦୁର୍ଭାବ ହେଉଥିବା ବେଳେ ଜୟପାଟଣା ବ୍ଳକରୁ ଆସିଛି ସାଂଘାତିକ ଅଭିଯୋଗ।ଜୟପାଟଣା ଅଞ୍ଚଳର ଜଣେ ବ୍ୟକ୍ତି ନିଜକୁ ସାମ୍ବାଦିକ କହି ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ ରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।ସେ ପ୍ରକୁଟରେ ସାମ୍ବାଦିକ ନା କଣ ତାହା ବି ଜଣାପଡୁନାହିଁ।ଅଞ୍ଚଳରେ ସେ କୋଣସି ପେପର କିମ୍ବା ୱବେ ଚେନାଲ ରେ କାର୍ଯ୍ୟ କରୁନଥିବା ବେଲେ ଜିଲ୍ଲା ପୋଲିସ ଆରକ୍ଷୀ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ତାଙ୍କର ନାମ ପଞ୍ଜିକରଣ ହୋଇଛି କି ନାହିଁ ତାହା ତଦନ୍ତ କରନ୍ତୁ ବୋଲି ଅଞ୍ଚଳରେ ଦାବି ହେଉଛି
#odishatimes,#odisha time,#kalahandi news,#odisha news,Journalist or Contactor Person taking advantage with fake identity in jaipatna,
0 Comments